କଟକର ଜନଗହଳିପୂର୍ଣ୍ଣ ରାସ୍ତାରେ ଯୁବକଙ୍କ ଗଳାକାଟି ହତ୍ୟା, ମହିଳା ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଜଣେ ଯୁବକଙ୍କୁ ଗଳାକାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସେହିପରି ଜଣେ ମହିଳା ମଧ୍ୟ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ମୃତକ ଜଣକ ଜଗତସିଂହପୁର ଜିଲ୍ଲାର ସନାତନ ଦାସ। ସେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଫୁଟପାଥରେ ରାତ୍ରିଯାପନ କରୁଥିଲେ। ସେହିପରି ଗୁରୁତର ହୋଇଥିବା ମହିଳା ଜଣକ ହେଲେ ମାଳତୀ ବିଶ୍ୱାଳ। କଲେଜଛକରେ ଫୁଟପାଥରେ ଶୋଉଥିବା ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ହୋଇଥିବା ମହିଳାଙ୍କ ସ୍ୱାମୀ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ କିଛିଦିନ ପୂର୍ବେ ଆସି ସେହି ଯୁବକଙ୍କ ପାଖରେ ଫୁଟପାଥରେ ରହୁଥିଲେ। ତେଣୁ ପରକୀୟା ପ୍ରୀତିରୁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।