ରାଜଧାନୀରେ ଚଞ୍ଚଲ୍ୟ ମା’ କୁ ମାରି ପୋଡ଼ିଲା ପୁଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ପୁଣି ଏକ ହତ୍ୟା । ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧିନସ୍ଥ କଳିଙ୍ଗ ବସ୍ତିରେ ଘଟିଛି ହତ୍ୟାକାଣ୍ଡ । କାଳିଆ ଜେନା ନାମକ ଜଣେ ବ୍ୟକ୍ତି ନିଜ ମା’ ର ହତ୍ୟା କରି ପୋଡିବା ସମୟରେ ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା ପୋଲିସ ।

ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଅଧିନସ୍ଥ କଳିଙ୍ଗ ବସ୍ତିରେ ମା’ ଏବଂ ପୁଅ କାଳିଆ ଜେନା ମଧ୍ୟରେ କୌଣସି କାରଣ ବଶତଃ ବଚସା ହୋଇଥିଲା । ଏଥିରେ ପୁଅ ଉତକ୍ଷିପ୍ତ ହୋଇ ମା’ କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ମା’ ର ମୃତ୍ୟୁ ଘଟିଥିଲା । ଏହାପରେ କାଳିଆ ମା’ ର ମୃତ ଦେହକୁ ପୋଡ଼ି ଦେଇଥିଲା । ଏ ଘଟଣା ସମ୍ପର୍କରେ ପଡ଼ିଶା ଲୋକ ବଡ଼ଗଡ଼ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶରୀର ଜବତ କରିବା ସହ ଅଭିଯୁକ୍ତ ପୁଅ କାଳିଆ ଜେନା ଅଟକ ରଖିଛି ପୋଲିସ । ପ୍ରାଥମିକ ତଦନ୍ତରୁ କାଳିଆ ଜଣେ ନିଶାସକ୍ତ ବ୍ୟକ୍ତି ବୋଲି ପୋଲିସ ଜାଣିବାକୁ ପାଇଛି । ଏହାସହ ତାଙ୍କ ଘର ନିକଟରେ ବେଆଇନ ମଦ ବିକ୍ରି ହେଉଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଅଧିକ ତଦନ୍ତ ଚଳାଇଛି ।

Leave a comment