ଶୋଇଥିବା ବେଳେ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଏକ ବର୍ବର କାଣ୍ଡ ଘଟିଛି । ଜନୈକ ବ୍ୟକ୍ତି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ସହ ତାଙ୍କ ମୁଣ୍ଡ କାଟି ନେଇଯାଇଛନ୍ତି । ମୃତକ ଜଣକ ହେଲେ ସେହି ଗ୍ରାମର ସତ୍ୟନାରାୟଣ ମୁଣ୍ଡା ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ସତ୍ୟନାରାୟଣ ଘର ବାହାରେ ମଶାରୀ ଟାଣି ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସକାଳୁ ଉଠିବା ପରେ ସତ୍ୟନାରାୟଣଙ୍କ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡି ନଥିବା ବେଳେ ହତ୍ୟାକାରୀଙ୍କ ସମ୍ପର୍କରେ ସୂଚନା ମିଳିପାରି ନ ଥିବା ଜଣାପଡିଛି । ପୋଲିସ ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ହତ୍ୟାକାଣ୍ଡ ଭୋରରୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଗାଁ ମଝିରେ ଏଭଳି କାଣ୍ଡ ଘଟିଥିବାରୁ ଏଥିରେ କେହି ନିଜ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।