ହତ୍ୟାର ପ୍ରତିଶୋଧ ନେବାକୁ ହତ୍ୟା, ଗୋଡ଼ାଇ ଗୋଡ଼ାଇ ହାଣିଲେ

0

ସମ୍ବଲପୁରରେ ଅଭାବନୀୟ ଘଟଣା ଘଟିଯାଇଛି। ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣକୁ ହତ୍ୟା କରା ଯାଇଛି। ମୃତକ ଜଣକ ହେଉଛନ୍ତି କମଳ ବାଗ । ଗତବର୍ଷ ଅଗଷ୍ଟ ମାସରେ କମଳ ବାଗଙ୍କ ପରିବାର ମାଖନୀ ବାଗ ନାମକ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ବୃଦ୍ଧା ଜଣଙ୍କୁ ହତ୍ୟା କରିବା ପରେ କମଳ ବାଗଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଗତକାଲି କମଳ ବାଗ ଜେଲରୁ ବାହାରିବା ପରେ ଗାଁ ଦାଣ୍ଡରେ ପୁଣି ପାଟିତୁଣ୍ଡ କରିବାରୁ ପ୍ରତିଶୋଧ ପରାୟଣ ହୋଇ ମାଖନିଙ୍କ ସମ୍ପର୍କୀୟ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ କମଳ ବାଗଙ୍କୁ ହତ୍ୟା କରିବା ପରେ ରାସ୍ତା ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଯାଇଥିବାର ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ୪ ଜଣଙ୍କୁ ଗିରଫ କରିଛି।

Leave a comment