ପୁଅକୁ ହତ୍ୟା କରିବାକୁ ଆସି ବାପାକୁ ମାରିଦେଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା । ବରଗଡ ଜିଲ୍ଲା ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗାଁର ସୁବାଷ ସାହୁଙ୍କର ପରିବାର ସହିତ ସେହି ଗ୍ରାମର ନନ୍ଦକିଶୋର ସାହୁଙ୍କର ପୂର୍ବ ଶତ୍ରୁତା ରହିଥିଲା ।  ପୂର୍ବ ଶତ୍ରୁତା କାରଣରୁ ଶୁକ୍ରବାର ବିଳମ୍ବିତ ରାତିରେ  ନନ୍ଦକିଶୋର, ସୁବାଷଙ୍କୁ ମାରିବା ପାଇଁ ତାଙ୍କ ଘରକୁ ଆସିଥିଲେ । ହେଲେ ଘରେ ସୁବାଷକୁ ନ ପାଇବାରୁ, ତାଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଦେଖି ସୁବାଷଙ୍କ ଶ୍ବଶୁର ବିରୋଧ କରିଥିଲେ । ବିରୋଧ କରିବାରୁ ତାଙ୍କୁ ପିଟିପିଟି ମାରିଦେଲା ନନ୍ଦକିଶୋର । ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଝାରବନ୍ଧ ପୋଲିସ ଏନେଇ  ଝାରବନ୍ଧ ଥାନ କେଶ ନମ୍ବର ୧୨୦/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Leave a comment