ଏକତରଫା ପ୍ରେମରୁ ଯୁବତୀଙ୍କୁ ହତ୍ୟା !, ଅଫିସରେ ଛୁରି ଭୁସିଲା ସିକ୍ୟୁରିଟି ଗାର୍ଡ

0

ଏକତରଫା ପ୍ରେମରୁ ଯୁବତୀଙ୍କୁ ହତ୍ୟା। ଅଫିସରେ ଛୁରି ଭୁସିଲା ସିକ୍ୟୁରିଟି ଗାର୍ଡ। ଭୁବନେଶ୍ୱର ମ଼ଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଜଗତସିଂହପୁର ନାଉଗାଁର ବୈଜୟନ୍ତୀ ସାହୁ । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ରମେଶ ବାରିକ ଫେରାର ଅଛି। ଅଭିଯୋଗ ଅନୁଯାୟୀ, ବିଜୟିନୀ ଦୀର୍ଘଦିନ ହେବ ଜିଜିପି କଲୋନୀରେ ରହି ଫାୟାର ସେଫ୍ଟିରେ କାମ କରୁଥଲେ। କିଛିଦିନ ହେବ ଉକ୍ତ ଅଫିସରେ କାମ କରୁଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ଏକତରଫା ପ୍ରେମ କରୁଥିଲେ।

ହେଲେ ବୈଜୟନ୍ତୀ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେବେଠାରୁ ସଂପୃକ୍ତ ସିକ୍ୟୁରିଟି ଗାର୍ଡ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଗତ ମଙ୍ଗଳବାର ରଥଯାତ୍ରା ଦିନ ରମେଶ ବାରିକ ବୈଜୟନ୍ତୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ତାଙ୍କ ପେଟରେ ଗଭୀର କ୍ଷତ ଲାଗିଥିଲା । ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଇଥିଲା । ପରେ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ କମ୍ପାନୀ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଫେରାର ଥିବାବେଳେ ମୃତକଙ୍କ ପରିବାର ଲୋକ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Leave a comment