ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସ୍ତ୍ରୀକୁ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ। ବାପଘର ଲୋକ ଗୁରୁତର ଅବସ୍ଥାରେ ସୁକାନ୍ତିଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି, ରଞ୍ଜନ ସାହୁଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗିରହୁଥିଲା । ଗତକାଲି ଦୁଇ ଜଣଙ୍କ ଭିତରେ କଳହ ଉଗ୍ର ରୂପ ନେଇଥିଲା । ସ୍ବାମୀ ରଞ୍ଜନ, ସୁକାନ୍ତିଙ୍କୁ ମାଡ଼ ମାରି ଘର ପଛପଟେ ଥିବା ଏକ ବାଡ଼ିରେ ଥିବା ଗାତରେ ପକାଇ ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Leave a comment