ମଦ ନିଶାରେ ସ୍ତ୍ରୀକୁ ମାରି ପୋତିଦେଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାମୀଙ୍କୁ ଇହ ଓ ପରକାଳ ଦେବତା ବୋଲି ହିନ୍ଦୁଶାସ୍ତ୍ର କହେ. କିନ୍ତୁ ଆଜି ଏହି ମଦ ସେହି ପବିତ୍ର ସମ୍ପର୍କର ହତ୍ୟା କରିଛି. ସ୍ୱାମୀ ମଦ ନିଶାରେ ସ୍ତ୍ରୀକୁ ହତ୍ୟା କରି ଶାଗବାଡିରେ ପୋତିଦେବା ଘାଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି. ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିଙ୍କୁଳାବାହାଳ ଗାଁରେ । ମୃତ ମହିଳା ହେଲେ ବିଳାସ ପ୍ରଧାନ । ସୂଚନା ଥାଉକି , ସ୍ବାମୀ ପାଣ୍ଡବ ଉମାନ୍ତ ମଦ ପିଇ ଘରକୁ ଫେରିଥିଲେ । କୌଣସି କାରଣରୁ ଦମ୍ପତ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପାଣ୍ଡବ ଉତ୍ତ୍ୟକ୍ତ ହୋଇଯାଇ ବିଳାସଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ବିଳାସଙ୍କ ପୁଅ ପୋଲିସ ପାଖରେ ପ୍ରକାଶ କରିଛି । ହତ୍ୟା କରିବା ପରେ ଦୋଷ ଲୁଚାଇବାକୁ ଯାଇ ରବିବାର ଦିନ ଭୋର ସମୟରେ ଘରର ପଛ ପାଖରେ ଥିବା ଶାଗ ବାଡିରେ ମୃତଦେହକୁ ପୋତିଥିଲା ପାଣ୍ଡବ। ଖବର ପାଇ ପୋଲିସ ପହଁଛି ବିଳାସଙ୍କ ପୁଅଙ୍କଠାରୁ ସମସ୍ତ କଥା ଶୁଣିବା ପରେ ଘର ପଛ ପଟେ ପୋତା ଯାଇଥିବା ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଥିବାବେଳେ ତଦନ୍ତ ଜାରି ରଖିଛି ।

Leave a comment