ମାଆକୁ କଟୁରିରେ ହାଣି ହତ୍ୟା କରିଛି ପୁଅ

0

କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ କଟକ ଶ୍ରୀ ବିହାର କଲୋନୀରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଏହି ଖବର ବିଡାନାସୀ ଥାନା ପୁଲିସ ପାଇବା ପରେ ଘଟଣା ସ୍ଥଳରରେ ପହଁଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଅକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଁଚିଛି।

ପ୍ରକାଶଥାଉ କି, ପାରିବାରିକ କଳହକୁ କେନ୍ଦ୍ର କରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ପୁଅ ଉତ୍‌କ୍ଷିପ୍ତ ହୋଇ ମାଆକୁ କଟୁରୀରେ ହାଣି ହତ୍ୟା କରିଛି ପୁଅ । ହତ୍ୟାକାଣ୍ଡ ସଂପର୍କରେ ଖବର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ଏସସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ପ୍ରତିକ୍ରିୟା ଅନୁଯାୟୀ, ତାଙ୍କ ଭାଇ ମା’ଙ୍କୁ ସବୁବେଳେ ମାରଧର କରନ୍ତି। ସେଥିପାଇଁ ମା ତାଙ୍କ ପାଖରେ ରହିବାକୁ କହୁଥିଲେ। କିନ୍ତୁ ଆଜି ସକାଳେ ସେ ମା ଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଥିବା ସେ କହିଛନ୍ତି। ଏହାସହ ଭାଇ ମାନସିକ ସ୍ତରରେ ଠିକ ନ ଥିବା ସହିତ ସେ ତା ପାରିବାରିକ ଜୀବନକୁ ନେଇ ଅସ୍ଥିର ଥିବା ମଧ୍ୟ ସେ କହିଛନ୍ତି।

Leave a comment