ପୌର ନିର୍ବାଚନ: ନବୀନ ନିବାସରୁ ପୋଲିଂ ବୁଥକୁ ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରୋଡ୍ରମ ୟୁପି ସ୍କୁଲ ୫୩ ନମ୍ବର ବୁଥ୍ରେ ଭୋଟ୍ ଦେଇଛନ୍ତି । ନବୀନ ନିବାସରୁ ପୋଲିଂ ବୁଥ୍କୁ ଚାଲି ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ। ପୁର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ. ପାଣ୍ଡିଆନ ୟୁନିଟ୍ ୬, ଆଦର୍ଶ ବୁଥ୍ରେ ପରିବାର ସହିତ ଆସି ଭୋଟ ଦେଇଥିଲେ ।
ସେହିଭଳି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ବଲାଙ୍ଗିର ମ୍ୟୁନିସିପାଲିଟି ଭୋଟରେ ସହରର ଲକ୍ଷ୍ମୀ ନାରାୟଣ ପଡ଼ା ସ୍କୁଲରେ ନିଜର ମତଦାନ କରିଛନ୍ତି । କଟକ ମହାନଗର ନିଗମର ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଲାଲବାଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୮୪ ନମ୍ବର ବୁଥରେ ପରିବାର ସହ ଆସି ଭୋଟ ଦେଲେ ଦେଇଥିଲେ ।
ରାଜଧାନୀ ଭୁବନେଶ୍ୱରର ବିଜେପି ମେୟର ପ୍ରାର୍ଥୀ ଡ. ସୁନିତା ମୁଣ୍ଡ ଝାରପଡ଼ା ହାଇସ୍କୁଲ୍ରେ ନିଜର ମତଦାନ କରିଛନ୍ତି । ତେବ ଏଠାରେ ଦୁଇଟି ଇଭିଏମ ମେଶିନ ଖରାପ ହୋଇଯାଇଛି । ଏପର୍ଯ୍ୟନ୍ତ ମେଶିନ ସଜଡ଼ା ଯାଇ ନଥିବାରୁ ମତଦାନ ପାଇଁ ଲୋକେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଛନ୍ତି ।