ପୌର ନିର୍ବାଚନ ଭୋଟ ଗଣତି: ସହରବାସୀ ବାଛିଛନ୍ତି ନେତା

0

ଭୁବନେଶ୍ୱର : ଆରମ୍ଭ ହେଲା ଭୋଟ ଗଣତି ପ୍ରକ୍ରିୟା । ମତଦାନ ମାଧ୍ୟମରେ ସହରବାସୀ ସେମାନଙ୍କର ନେତା ବାଛିଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ସନ୍ଧ୍ୟା ୫ଟା ଯାଏଁ ଚାଲିବ ଏହି ଗଣତି ପ୍ରକ୍ରିୟା । ମୈଦନାରେ ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ ରହିଛନ୍ତି । ସମସ୍ତଙ୍କୁ ମିଶା ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । ସେହିପରି ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ ।
ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମେୟର ଓ ୬୭ଟି ୱାର୍ଡର କର୍ପୋରେଟର ପ୍ରାର୍ଥୀମାନଙ୍କ ଭୋଟ ଗଣତି ପାଇଁ ୨୪ଟି ଟେବୁଲ କରାଯାଇଛି । ୨ଟି ଯାକ ଅଲଗା ଅଲଗା ଗଣତି କରାଯାଉଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେଉଛି ଏବଂ ପରେ ଇଭିଏମ ଗଣତି ହେବ ।

Leave a comment