ପୌର ଚିଠା ଭୋଟର ତାଲିକା ପରେ ୧୧ରୁ ୧୬ ପର୍ଯ୍ୟନ୍ତ କରିପାରିବେ ଅଭଯୋଗ: ରାଜ୍ୟ ନିର୍ବାଚନ କମିଶନର

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷ ହେଲା ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୧୦ ପୌରାଞ୍ଚଳରେ ନିର୍ବାଚନ ନେଇ ସର୍ବ ସମ୍ମତି ପ୍ରକାଶ ପାଇଥିବା ସୂଚନା ମିଳିଛି । ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ ।

ସୂଚନା ଅନୁଯାୟୀ, ଏହି ସବୁ ସହରାଞ୍ଚଳରେ ୱାର୍ଡୱାରି ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇବ । ଏହାପରେ ଫେବ୍ରୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଅଭିଯୋଗ କରିହେବ । ୧୮ ତାରିଖରେ ଅଭିଯୋଗ ଉପରେ ଶୁଣାଣି ହେବାପରେ ୨୧ତାରିଖରେ ଜିଲ୍ଲାପାଳ ସ୍ତରରେ ଶୁଣାଣି ହେବ । ୨୪ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏବଂ ଫେବ୍ରୁଆରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ ।

ଅପରପକ୍ଷରେ ପୂର୍ବରୁ ସବୁ ସହରାଞ୍ଚଳରେ ୱାର୍ଡ ପୁନର୍ଗଠନ, ସଂରକ୍ଷଣ ସହ ମେୟର ଓ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି ।

Leave a comment