ମୁମ୍ବାଇର ବର୍ସୋବାରେ ସିଲିଣ୍ଡର ବିସ୍ଫୋରଣ: ୪ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇର ବର୍ସୋବାର ଏଲପିଜି ଷ୍ଟୋରେଜ ଗୋଦାମରେ ସିଲିଣ୍ଡର ଗ୍ୟାସ୍ ଫାଟି ୪ଜଣ ଆହତ ହୋଇଛନ୍ତି। ଗୋଦାମରେ ନିଆଁ ଲାଗିବା ଫଳରେ ସିଲିଣ୍ଡର ବିସ୍ଫୋରଣ ଘଟି ନିଆଁ ଆହୁରି ଦ୍ରୁତ ଗତିରେ ମାଡ଼ି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗର ୧୬ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ।
ସୂଚନାଯୋଗ୍ୟ, ସିଲିଣ୍ଡର ଗୋଦାମରେ ସକାଳ ୧୦ଟା ୧୦ ମିନିଟରେ ନିଆଁ ଲାଗିଥିଲା। ନିଆଁ ଲାଗିବା ସ୍ଥଳରେ ଅନେକ ସିଲିଣ୍ଡର ରଖାଯାଇଥିଲା। ସେଥିପାଇଁ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା।