ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

0

ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ ଅମ୍ବାନୀ। ସେ ନିର୍ଦ୍ଦେଶକ ପଦ ଛାଡ଼ିବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହାର ଅର୍ଥ ଏଣିକି ଆକାଶ ଅମ୍ବାନୀଙ୍କ ନିର୍ଦ୍ଦେଶରେ ଜିଓ ପରିଚାଳିତ ହେବ।

ବୋର୍ଡ ପକ୍ଷରୁ ପଙ୍କଜ ମୋହନ ପାୱାରଙ୍କୁ ରିଲାଏନ୍ସ ଜିଓର ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ପଙ୍କଜ ଜୁନ ୨୭ ତାରିଖଠାରୁ ପାଞ୍ଚ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଏଥିସହିତ ରମିନ୍ଦର ସିଂହ ଗୁଜରାଲ ଓ କେଭି ଚୌଧୁରୀଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦିଆଯାଇଛି । ସେମାନେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ୫ ବର୍ଷ ପାଇଁ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରିଲାଏନ୍ସ ଇଷ୍ଟଷ୍ଟ୍ରିଜର ଷ୍ଟକ୍ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ୨୫୨୯ ଟଙ୍କାରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ରେ ୨୫୩୦ ଟଙ୍କାରେ ବନ୍ଦ ହୋଇଛି ।

Leave a comment