ସବୁଜ ବିପ୍ଳବର ଜନକ ଏମ.ଏସ୍. ସ୍ୱାମୀନାଥନଙ୍କ ପରଲୋକ

0

ଭାରତର ମହାନ କୃଷି ବୈଜ୍ଞାନିକ ଏମ୍.ଏସ୍. ସ୍ୱାମୀନାଥନଙ୍କ ୨୮ ସେପ୍ଟେମ୍ବର ଗୁରୁବାର ପରଲୋକ ହୋଇଛି। ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପୂର୍ବାହ୍ନ ୧୧ଟା ୨୦ ମିନିଟ୍‌ରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଜନ୍ମ ୭ ଅଗଷ୍ଟ ୧୯୨୫ରେ କୁମ୍ଭକୋଣମରେ ହୋଇଥିଲା। ୯୮ ବର୍ଷ ବୟସରେ ସେ ଇହଲିଳା ସମ୍ବରଣ କରିଛନ୍ତି।

ଭାରତରେ ତାଙ୍କୁ ସବୁଜ ବିପ୍ଲବର ଜନକ ଭାବେ ଜଣାଯାଏ। ମିଳୁଥିବା ସୂଚନା ଅନୁସାରେ ବୟସାଧିକ୍ୟ କାରଣରୁ ଅସୁସ୍ଥତାରେ ତାଙ୍କର ପରଲୋକ ହୋଇଛି।

ସ୍ୱାମୀନାଥନ ଡିପାର୍ଟମେଣ୍ଟ ଅଫ ଏଗ୍ରିକଲଚରର ବୈଜ୍ଞାନିକ ଥିଲେ। ୧୯୭୨ ମସିହାରୁ ୧୯୭୯ ପର୍ଯ୍ୟନ୍ତ ‘ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚ’ (ଆଇସିଏଆର)ର ଅଧ୍ୟକ୍ଷ ଭାବେ ସେ କାମ କରିଥିଲେ। କୃଷି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ କରିଥିଲେ। ସ୍ୱାମୀନାଥନଙ୍କୁ ଦେଶର ମହାନ କୃଷି ବୈଜ୍ଞାନିକ ଭାବେ ଗଣନା କରାଯାଏ। ସେ ଧାନର ଏପରି ସବୁ କିସମ ପ୍ରସ୍ତୁତ କରିଥିଲେ ଯାହା ଭାରତରେ ସ୍ୱଳ୍ପ ଆୟକାରୀ ଚାଷୀଙ୍କୁ ଅଧିକ ଧାନ ଉତ୍ପାଦନ ନିମନ୍ତେ ସକ୍ଷମ କରିଥିଲା ସାଙ୍ଗକୁ ଖାଦ୍ୟ ଶସ୍ୟ ଉତ୍ପାଦନରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଥିଲା।

 

Leave a comment