ସାଂସଦ ଙ୍କ ଝିଅ ନବୀନଙ୍କୁ କଲେ ସମାଲୋଚନା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଓଡ଼ିଶା ରାଜନୀତିର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ନବୀନ ପଟ୍ଟନାୟକ ଏ କଥା କହିବା ବାହୁଲ୍ୟ ମାତ୍ର ।ନିଜ ଦଳ ହେଉବା ଓଡ଼ିଶା ରାଜନୀତି ହେଉ ତାଙ୍କ ପ୍ରଭାବ କେତେ ତାହା ଯେକୋୖଣସି ରାଜ ନେତାମାନେ ଭଲଭାବରେ ହୃଦୟଙ୍ଗମ କରିଛନ୍ତି । ତାଙ୍କର କୌଣସି ନିଷ୍ପତ୍ତି ଉପରେ ବିଜେଡ଼ି ଦଳରେ କେହି ଚାଲେଞ୍ଜ କରିବା ବା ସେ କୌଣସି ଆଦେଶ ଦେଲେ ସେ ବେଦର ଗାର ପରି ।

ଏମିତିକି ତାଙ୍କ ନିଷ୍ପତ୍ତି ଓ ଆଦେଶ ଉପରେ ଭଲ ମନ୍ଦ ମତପ୍ରକାଶ କରିବା କାହାର ସତସାହାସ ନାହିଁ ଏହା ପୂର୍ବରୁ ମଧ୍ୟ ଉଲ୍ଲେଖ ଆଛି । ବିଜେଡ଼ିରେ ତାଙ୍କ ବିନା ପତ୍ରଟିଏ ବି ହଲେନାହିଁ । ବିଜେଡ଼ି ଦଳରେ ବିଜୁ ବାବୁଙ୍କ ସହ କାମ କରିଥିବା ବରିଷ୍ଟ ନେତା ମାନଙ୍କର ବି ସେତିକି ଜୁ ନାହିଁ । ମାତ୍ର ଏଭଳି ସାହାସ ଦେଖାଇଛନ୍ତି ସଦ୍ୟ ବିଜେଡ଼ି ରେ ଯୋଗ ଦେଇ ରାଜ୍ୟସଭା କୁ ଯାଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କନିଷ୍ଠା କନ୍ୟା ତନୟା ପଟ୍ଟନାୟକ। ତନୟା ନିଜ ଟ୍ୱିଟର ରେ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶେଷଦର୍ଶନ କୁ ନଯିବାକୁ ସେ କଡା ସମାଲୋଚନା କରିଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ କରିବାକୁ ଯାଇଥାନ୍ତେ ତେବେ ସେ ନିଜକୁ ଜଣେ ବଡ଼ ଓ ଭଲ ମଣିଷ ଭାବରେ ପ୍ରମାଣିତ କରିପାରିଥାନ୍ତେ। ଏହାକୁ ନେଇ ଏକପ୍ରକାର ର ଆଲୋଡନ ସୃଷ୍ଟି ହୋଇଛି।

କିନ୍ତୁ ତନୟା ଙ୍କ ଏହି ଟ୍ୱିଟ କୁ ନେଇ ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକ ମହଲରେ ସେ ପ୍ରଶଂସା ର ପତ୍ର ହୋଇପାରିଛନ୍ତି।ଯଦି ଏ ଟ୍ୱିଟ ଆଉକିଏ କରିଥାନ୍ତା ତେବେ ନବୀନ ଙ୍କ ନିଷ୍ପତ୍ତି କ’ଣ ହୋଇଥାନ୍ତା? ସୌମ୍ୟ ବିଜେଡ଼ି ରେ ଯୋଗଦେବା ପରେ ତନୟା ଙ୍କ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ରାଜନୈତିକ ସମୀକ୍ଷକ ଓ ରାଜନେତା ମାନଙ୍କୁ ଭିନ୍ନ ଖୋରାଗ ଯୋଗାଇଛି। ଏହିପରି ଗୋଟିଏ ନୁହେଁ ଅନ୍ୟ ଏକ ଟ୍ୱିଟରେ ତୈଲ ଦର ବୃଦ୍ଧି କୁ ତନୟା ସାଧାରଣ ବୋଲି କହିବା ସହ ବିରୋଧୀଙ୍କ ବିରୋଧ କୁ ମାମୁଲି ବୋଲି କହିଛନ୍ତି।ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ବରିଷ୍ଠ ନେତା ରାଜନୈତିକ ସମୀକ୍ଷକ ଙ୍କ କହିବାନୁଯାୟୀ ବିଜେଡ଼ି ରେ ସୌମ୍ୟଙ୍କ ଦବଦବା ବଢୁଛି ଯାହାଫଳରେ ତନୟାଙ୍କୁ କେହି ବିରୋଧ କରିବାକୁ ସାହସ କରିବେ ନାହିଁ ବୋଲି ସମାଲୋଚନା ହେଉଛି।

ଅପରପକ୍ଷେ ଶିଳ୍ପପତି ବଂଶୀଧରଙ୍କ ଦେହାନ୍ତ ଖବର ପାଇ ବିଭିନ୍ନ ଦଳର ବରିଷ୍ଠ ନେତା , ରାଜ୍ୟର ବିଭିନ୍ନ ବୁଦ୍ଧିଜୀବୀ ଓ ଶିଳ୍ପପତି ମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ମୁଖ୍ୟମନ୍ତ୍ରୀଙ୍କ କିମ୍ଵା ବିଜେଡିର କୌଣସି ଜଣେ ବି ମନ୍ତ୍ରୀ, ପ୍ରମୁଖନେତା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ମୁଖ୍ୟମନ୍ତ୍ରୀ ନିଜେ ନ ଯାଇ କେବଳ ଶୋକବର୍ତ୍ତା ପଠାଇଥିଲେ। ଏହି ଘଟଣାରୁ ଆମ ରାଜନୀତି କେତେ ନିମ୍ନଗାମୀ ତାହା ଅନୁମେୟ।

Leave a comment