ପୁଣିଥରେ ବିବାଦୀୟ ଟ୍ୱିଟ କରି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି

0

ପୁଣି ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦୀୟ ଟ୍ଵିଟ୍‌ । ପୁରୁଷ ବିନା କୌଣସି ନାରୀ ଜୀବନର ଅସ୍ତିତ୍ତ୍ୱ ନାହିଁ । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ୟାଗ୍‌ କରି ଏମିତି ବାର୍ତ୍ତା ଦେଇଛନ୍ତି ଅନୁଭବ । ଟ୍ଵିଟ୍‌ କରି ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ନିଦ ଭାଙ୍ଗୁ । ଭାରତର ପରିବାର ପରମ୍ପରା, ମୂଲ୍ୟବୋଧକୁ ରକ୍ଷା କରନ୍ତୁ ।

ଫ୍ୟାମିଲି କୋର୍ଟ ଆଇନରେ ସଂଶୋଧନ ଆଣିବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଏଥିସହ ଲେଖିଛନ୍ତି, ହିନ୍ଦୁ ବିବାହ ଆଇନ ୧୯୫୫କୁ ହତ୍ୟା କରାଯାଇଛି । ଏହି ଆଇନ ବଞ୍ଚାନ୍ତୁ । ନହେଲେ କୁହନ୍ତୁ କିଛି କରିପାରିବେ ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଟ୍ଵିଟ୍‌ କରି କରି ଲେଖିଛନ୍ତି ଅନୁଭବ ମହାନ୍ତି ।

Leave a comment