ସାଂସଦ ଅପରାଜିତାଙ୍କ ପୁରୀ ପଦଯାତ୍ରା

ପୁରୀ : ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସମୟରେ ମାଳତୀପାଟପୁର ନିକଟରେ ପୋଲିସ ଅପରାଜିତାଙ୍କ ଗାଡିକୁ ଅଟକାଇଥିଲା । ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।
ଏହାପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସମର୍ଥକଙ୍କ ସହ ପାଦରେ ଚାଲି ଚାଲି ଯାଉଥିଲେ । ତେବେ କିଛି ବାଟ ପଦଯାତ୍ରାରେ ଯିବା ପରେ ଗାଡିରେ ଗଲେ ଅପରାଜିତା। ତେବେ ମାଳତୀପାଟପୁର ନିକଟରୁ ପୁଣି ଗାଡିରେ ଯିବାକୁ ଅନୁମତି ଦେଇଛି ପ୍ରଶାସନ ।
ଗାଡିରେ ଯାଇ ପୁରୀରେ ପହଞ୍ଚିଲେ ସାଂସଦ ଆପରାଜିତା ଷଡଙ୍ଗୀ । ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରାରେ ଅପରାଜିତା । ସେ ଡାକ୍ତରଖାନା ଛକରୁ ପୁଣଇ ଥରେ ପଦଯାତ୍ରାରେ ବାହାରିଛନ୍ତି । ଏହି ପଦଯାତ୍ରାରେ ଶହ ଶହ ସମର୍ଥକ ସାମିଲ ହୋଇଛନ୍ତି ।