ଖଣ୍ଡଗିରି-ଉଦୟଗିରିକୁ ବିଶ୍ବ ଐତିହ୍ୟସ୍ଥଳୀ ମାନ୍ୟତା ଦାବି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

0

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଖଣ୍ଡଗିରି-ଉଦୟଗିରିକୁ ବିଶ୍ବ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଅପରାଜିତା ଚିଠି ଲେଖିଛନ୍ତି । ଅପରାଜିତା କହିଛନ୍ତି, ଖଣ୍ଡଗିରି-ଉଦୟଗିରିରେ ଅନେକ ଶିଳାଲିପି ପାହାଡରେ ଖୋଦିତ ହୋଇ ରହିଛି । ଗୁମ୍ଫାରେ ହୋଇଥିବା ପଥର ଖୋଦେଇ କଳା ଗ୍ରୀକ୍ ଏବଂ ରୋମ୍‌ର ଭାସ୍କର୍ଯ୍ୟ କଳା ସହ ସାମଞ୍ଜସ୍ୟ ରହିଛି ।

ବିଶ୍ବ ଐତିହ୍ୟ ମାନ୍ୟତାରେ ସାମିଲ ହେଲେ ଏସବୁର ରକ୍ଷଣାବେକ୍ଷଣ ଭଲ ଭାବେ ହୋଇପାରିବ ବୋଲି ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଏହି ଦୁଇଟି ପର୍ଯ୍ୟଟନସ୍ଥଳୀ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି । ଏଏସ୍ଆଇ ଏହାର ରକ୍ଷଣାବେକ୍ଷଣ କରୁଛି।

 

Leave a comment