୮ଦିନରେ ଖୋଲିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଳାଶପଲ୍ଲୀ ସ୍ଥିତ ଅଫିସକୁ୧୫ ଦିନ ପରିବର୍ତ୍ତେ ୮ ଦିନରେ ଖୋଲିଲେ ବିଏମସି ଅଧିକାରୀ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ ହୋଇଥିଲା ଅଫିସ ।

ଅପରପକ୍ଷରେ ଅଫିସ ଖୋଲିବା ପୂର୍ବରୁ ସରକାରଙ୍କୁ ଟାର୍ଗେଟ୍ କରି ଅପରାଜିତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଫିସ ସିଲ କରିବା ବେଆଇନ ଥିଲା । କାର୍ଯ୍ୟାଳୟ ବନ୍ଦ କରିବା ଭୁଲ ଥିଲା ଓ ବେଆଇନ ଥିଲା । କେବଳ ଆକ୍ରୋଶମୂଳକ ଭାବେ ଏହାକୁ ବନ୍ଦ କରାଯାଇଥିଲା । ବିଧାୟକ-ମନ୍ତ୍ରୀ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ବିଜେଡି ଅଫିସ୍ କାହିଁକି ସିଲ୍ ହେଲାନି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି । ଆର୍ଥିକ କ୍ଷତି ସହ ମାନସିକ ଯନ୍ତ୍ରଣା ଦିଆଯାଇଛି । ଭାବମୂର୍ତ୍ତି ଉପରେ ଆଞ୍ଚ ଅଣାଯାଇଛି । କ୍ଷତିପୂରଣ ପାଇବାକୁ ଦାବି କରିପାରେ ଓ ସରକାରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିପାରେ ବୋଲି ସାଂସଦ ଅପରାଜିତା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସେପ୍ଟେମ୍ବର ୩୦ର ଗାଇଡ଼୍ ଲାଇନଙ୍କୁ ଉଲ୍ଲଂଘନ କରାଯାଇଛି। ସରକାର ସେ ଗାଇଡ଼ ଲାଇନକୁ ନ ପଢି ନିଜ ଗାଇଡ଼ ଲାଇନ ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ଗାଇଡ଼ ଲାଇନ କେହି ପରିବର୍ତ୍ତନ କରିପାରିବେନି । ତେଣୁ କୋଭିଡ ନିୟମ ଲାଗୁ କରିବା ସରକାରଙ୍କ କୌଣସି ନୈତିକତା ନାହିଁ ବୋଲି ଅପରାଜିତା କହିଛନ୍ତି।

Leave a comment