୧୩ ବର୍ଷୀୟା ନାବାଳିକା ଝିଅକୁ ବିକ୍ରି କରୁଥିଲା ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମା’ ବିକ୍ରି କରୁଥିଲା ନିଜ ୧୩ବର୍ଷୀୟା ନାବାଳିକା ଝିଅ । ବାହା କରିବା ବାହାନାରେ ପଠାଉଥିଲା ଦୁବାଇ । ବାପାଙ୍କ ଅଭିଯୋଗ ପରେ ନାବାଳିକା ଝିଅକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କଲେ ସ୍ବେଛାସେବୀ । ସୁନ୍ଦରଗଡ ଜିଲ୍ଲା ରାଉରକେଲା ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ, ରାଉରଜେଲା ପ୍ଲାଣ୍ଟସାଇଟ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳର ଜଣେ ମହିଳା ଗତକାଲି ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜ ନାବାଳିକା ଝିଅକୁ ମହାରାଷ୍ଟ୍ର ଅଞ୍ଚଳର କ୍ରିଷ୍ଣା ମୋରିଆ ନାମକ ଜଣେ ଯୁବକ ସହ ମନ୍ଦିର ସମ୍ମୁଖରେ ଫୁଲ ମାଲ ସିନ୍ଦୁର ଦେଇ ଝିଅକୁ ବିବାହ କରୁଥିଲା । ଏହାପରେ ଝିଅକୁ ଦୁବାଇ ପଠେଇବା ପାଇଁ ଉଦ୍ୟମ କରିବା ସମୟରେ ଧରାପଡ଼ିଗଲେ । ନାବାଳିକାର ବାପା ମହିଳା ସ୍ୱେଚ୍ଛା ସେବୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ। ଝିଅକୁ ପୋଲିସ ହେପାଜତରେ ଦେବା ସହ ମହାରାଷ୍ଟ୍ର ଯୁବକଙ୍କୁ ପ୍ଲାଣ୍ଟସାଇଟ୍ ଥାନାରେ ଅଟକ ରଖାଯାଇଛି । ଏହାସହ ନାବାଳିକା ଝିଅକୁ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସହରରେ ନାବାଳିକା, ଯୁବତୀ ସହ ଶିଶୁ ବିକ୍ରିର କାରବାର ବଢିଚାଲିଥିବା ଜଣାପଡିଛି ।