ପିକନିକ ସାରି ଫେରିବା ବେଳେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ବର୍ଷ ଆଗମନ କୁ ଖୁସିରେ ସ୍ୱାଗତ କରିବାକୁ ପରିବାର ଲୋକ ଯାଇଥିଲେ ପିକନିକରେ । ମାତ୍ର ଏହି ପିକନିକ ତାଙ୍କ ପାଇଁ କାଳ ସାଜିବ ଜାଣିନଥିଲେ । ଏକ ଟ୍ରକ୍‌ ଧକ୍କାରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ । ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଘଟଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।

ସୂଚନା ଅନୁଯାୟୀ, ପିଲାଙ୍କ ସ୍କୁଲ ଛୁଟି ଥିବାରୁ ଭୁବନେଶ୍ୱର ଆଇଗିଣିଆ ଅଞ୍ଚଳ ର ସୁନ୍ଦରରାୟ ପରିବାରର ୮ ଜଣ ସଦସ୍ୟ ଏକ ଟାଭେରା ଗାଡ଼ିରେ ପିକ୍‌ନିକ୍‌ କରିବା ପାଇଁ ବାହାରିଥିଲେ କେନ୍ଦୁଝର ଜିଲ୍ଲା ସାନଘାଗରା । ହସଖୁସିରେ ସରିଲା ଭୋଜି । ଫେରୁଥଲେ ଘରକୁ କିନ୍ତୁ କ୍ଷଣକ ଭିତରେ ସବୁ ଖୁସି ଶୋକରେ ପରିଣତ ହୋଇଗଲା । ଘଟଗାଁ ଥାନା ଢ଼େଙ୍କିକୋଟ ପେଟ୍ରୋଲ ପମ୍ପ ନିକଟରେ ସମ୍ମୁଖରୁ ଏକ ଟ୍ରକ୍‌ ଧକ୍କା ଦେଲା ଟାଭେରାକୁ । ଘଟଣାସ୍ଥଳରେ ହିଁ ଚାଲିଗଲା ମା ଅପର୍ଣ୍ଣା ସୁନ୍ଦରରାୟ ଓ ପୁଅ ସ୍ମୃତିରଞ୍ଜନ ସୁନ୍ଦରରାୟଙ୍କର ଜୀବନ । ଚଳକସହ ଅନ୍ୟ ପରିବାରର ୭ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ଏବେ ମଧ୍ୟ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୁଚନା ମିଳିଛି ।

Leave a comment