ଗ୍ୟାସ୍ ସିଲିଣ୍ଡର ଫାଟି ମା, ପୁଅ ଓ ଝିଅ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଛି । ଏହି ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଚମ୍ପା ମେହେର (୪୦) ଏବଂ ତାଙ୍କ ଝିଅ ସୁନିତା (୮) ଓ ପୁଅ ଅମିତ(୫)।

ସୂଚନା ଅନୁଯାୟୀ,  ଧର୍ମଗଡ଼ ନିକଟ ଥନଟ ଗାଁର ଅଜିତ୍ ମେହେରଙ୍କ ପତ୍ନୀ ଆଜି ସକାଳେ ଏକ ୫ କେଜି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡର ରୋଷେଇ କରୁଥିଲେ । ଏହି ସମୟରେ ସିଲିଣ୍ଡର ଟି ଫାଟି ଯିବାରୁ ବିସ୍ଫୋରଣ ଘଟିଥିଲା । ଏଥିରେ ମାଆ, ଝିଅ ଓ ପୁଅର ମୃତ୍ୟୁ ଘଟିଛି ।

ତେବେ ତାଙ୍କ ବଡ଼ ଝିଅ ଘଟଣା ସମୟରେ ଗାଧୋଇବାକୁ ଯାଇଥିବା ବେଳେ ବାପା ବହି ବିକ୍ରି କରିବାକୁ ହାଟକୁ ଯାଇଥିଲେ ତେଣୁ ଉଭୟେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

Leave a comment