ମା’କୁ ନିଶା ଦେଇ ଝିଅ ସହ ରଖୁଥିଲା ସମ୍ପର୍କ : ଥାନାରେ ହେଲେ ଟଣାଓଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାବାଳିକା ଝିଅକୁ ପ୍ରେମ କରୁଥିଲେ । ସବୁଦିନେ ଘରକୁ ଆସୁଥିଲେ । ମା’ ଘରେ ଥିଲେ ବି କିଛି ଜାଣିପାରୁନଥିଲେ । କାରଣ ଝିଅକୁ ଦେଖା କରିବା ସମୟରେ ମା’ଙ୍କୁ ଦିଆଯାଉଥିଲା ନିଶା ଔଷଧ । ଦୀର୍ଘ ୬ମାସ ଧରି ଏମିତି ପ୍ରେମ ଚାଲିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମା’ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ରସୁଲଗଡର ଜଣେ ଯୁବକ ଶୈଳଶ୍ରୀ ବିହାରରେ ରହୁଥିବା ନାବାଳିକାଙ୍କୁ ପ୍ରେମ କରୁଥିଲେ । ନାବାଳିକାଙ୍କ ବାପା କୌଣସି ମାମଲାରେ ଜେଲରେ ଥିବାରୁ ଘରେ କେବଳ ମା’ ଓ ଝିଅ ରହୁଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ମା’ଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଥିଲେ ।
ଗତ ୬ ମାସ ହେବ ଯୁବକ ଜଣଙ୍କ ନିୟମିତ ନାବାଳିକାଙ୍କ ଘରକୁ ଯିବା ଆସିବା କରୁଥିଲେ । ଝିଅ ସହ ଦେଖା କରିବା ସମୟରେ ମା’ଙ୍କୁ କିଛି ଔଷଧ ଦେଉଥିଲେ । ମା’ କିଛି ସମୟ ଚେତାଶୂନ୍ୟ ହୋଇ ଶୋଇ ପଡ଼ୁଥିଲେ । ଏହାର ସୁଯୋଗ ନେଉଥିଲେ ପ୍ରେମୀଯୁଗଳ । ଏ କଥା ହାଟରେ ପଡି ଦାଣ୍ଡରେ ଗଡିବା ପରେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମା’ । କିନ୍ତୁ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଝିଅ । ଓଲଟା ମା’ଙ୍କ ନାମରେ ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କର ଗୁମର ଖୋଲିଥିଲେ । ଶେଷର ପୋଲିସ ଉଭୟଙ୍କୁ ବୁଝାଇ ସୁଝାଇ ଘରକୁ ପଠାଇଥିଲା ।