ପର ପୁରୁଷ ସହ ସମ୍ପର୍କ ରଖିବାକୁ ନାବାଳିକା ଝିଅକୁ ବାଧ୍ୟ କରୁଛି ମା’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପର ପୁରୁଷ ସହ ସମ୍ପର୍କ ରଖିବାକୁ ନାବାଳିକା ଝିଅକୁ ବାଧ୍ୟ କରୁଛି ମା’। ଏହା କୌଣସି ଦୂର ଦୁରାନ୍ତ ଅଞ୍ଚଳର କଥା ନୁହେଁ । ଏହା ଘଟିଛି ରାଜଧାନୀ ଭୁବନେଶ୍ବରରେ । ଯିଏ ସାମାନ୍ୟ କିଛିଟା ଟଙ୍କା ପାଇଁ ନିଜ ଜନ୍ମ କଲା ନାବାଳିକା ଝିଅକୁ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କରୁଛି । ଏଭଳି ଅଭିଯୋଗ ନେଇ ଆଜି ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ନାବାଳକ ଓ ନାବାଳିକା ।

ସେମାନଙ୍କ ଅଭିଯୋଗ ମୁତାବକ, ସେମାନଙ୍କ ମା’ ମଦ ପି ତାଙ୍କୁ ବାଡ଼େଇବା ସହ ଭୋକିଲା ରଖୁଛି । ଖାଲି ଏତିକି ନୁହେଁ ପର ପୁରୁଷ ସହ ଶୋଇବାକୁ ନାବାଳିକା ଝିଅ କୁ ବାଧ୍ୟ କରୁଛି ମା । ଘରକୁ ନିଜ ପୁରୁଷ ବନ୍ଧୁଙ୍କୁ ଡକାଇ ମଦ ପିଇ ମାତାଲ ହେବା ସହ ପୁଅ ଝିଅ କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ମା ସହ ମଦ ପିଉଥିବା ନିସସକ୍ତ ଯୁବକ ମାନେ ମା ସହ ଅନୈତିକ କାର୍ଯ୍ୟ କରିବା ପରେ ମୋ ସହ ମଧ୍ୟ ଅନୈତିକ କାର୍ଯ୍ୟ ପାଇଁ ଚେଷ୍ଟା କରୁଥିବା ନା ବାଳିକା ଝିଅ ଅଭିଯୋଗ କରିଛି । ୨୦୧୭ ମସିହା ରୁ ମା ପୁଅ ଝିଅଙ୍କ ଉପରେ ଏଭଳି ଅତ୍ୟାଚାର କରୁଛି ।ଏନେଇ ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ରେ ଅଭିଯୋଗ ହୋଇଛି । ସୂଚନା ଥାଉ କି ପୁଅ ଝିଅ ଙ୍କ ବାପା ମନୋଜ ପଟ୍ଟନାୟକ AT ଚିଟ ଫଣ୍ଡ କେସରେ ଜେଲରେ ଅଛନ୍ତି ।

Leave a comment