ପୁଅ, ଝିଅଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମାଆ, କାରଣ ଅସ୍ପଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହ କିମ୍ବା ଅଭାବ ଅନଟନ ଯୋଗୁ ମାଆଵାପା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଏ । ତା ସହିତ ନିଜ ପିଲାମାନଙ୍କୁ ମଧ୍ୟ ଅନେକ ସମୟରେ ମା ବାପା ମରଣମୁହଁକୁ ଠେଲି ଦେଉଥିବା ଦେଖିବାକୁ ମିଳେ । ମାଲକାନଗିରି ଜିଲ୍ଲା ଗୌଡଗୁଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ନିଜ ଦୁଇ ପିଲାଙ୍କୁ ଖାଇବାରେ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛି ମାଆ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ ।

ସୂଚନା ଅନୁଯାୟୀ, ମାଲକାନଗିରି ଗୌଡ଼ଗୁଡା ଗ୍ରାମରେ ସୀତା ମାଡ଼କାମୀ ନାମକ ଜଣେ ବିଧବା ମହିଳା ନିଜେ ବିଷ ଖାଇବା ସହ ନିଜ ପୁଅ ଏବଂ ଝିଅକୁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ । ଏହାପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଓ ଗ୍ରାମବାସୀ ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେଠାରେ ସୀତା ମାଡ଼କାମୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଗୁରୁତର ଅବସ୍ଥାରେ ପୁଅ ଓ ଝିଅଙ୍କର ଚିକିତ୍ସା କରାଯାଉଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେ ନେଇ କୌଣସି ପ୍ରକୃତ ତଥ୍ୟ ଜଣା ପଡିନାହିଁ ।

Leave a comment