୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ରାୟଗଡା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ କାର ଓ ଟ୍ରକରୁ ୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପୋଲିସକୁ ଚକମା ଦେଇ ଦ୍ରୁତଗତିରେ ଚାଲି ଯିବାକୁ ଚେଷ୍ଟା କରୁଥିବା କାର ଓ ଟ୍ରକକୁ ଧରିବା ସହ ୬ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ୪ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ ।
ବିଶେଷ ସୁତ୍ରରୁ ଖବର ପାଇ ଏସଡିପିଓଙ୍କ ସମେତ ମୁନିଗୁଡା ପୋଲିସର ଏକ ଟିମ୍ ମୁନିଗୁଡାର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ତନଖି ଆରମ୍ଭ କରିଥିଲେ । ତଥାପି ଦ୍ରୁତ ଗତିରେ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ପିଛା କରି ଜାମରାଗୁଡା ନିକଟରୁ ଏକ କାର୍ ସହ ଏକ ଟ୍ରକକୁ ଜବତ କରି ସେଥିରେ ଥିବା ୬ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ଏହି ଟିମ୍ ।