ଜୁନ୍ ରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ଜନିତ ବର୍ଷା, ଆଇଏମଡି ଡିଜି
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ୍ରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ୍ ବର୍ଷିପାରେ । ତେବେ ସାରା ଦେଶରେ ୧୦୩ ପ୍ରତିଶତ ବର୍ଷା ମଧ୍ୟ ହୋଇପାରେ ।
ଜୁନ୍ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ଡିଜି କହିଛନ୍ତି । ଏବେ ମୌସୁମୀ କେବଳ ସମ୍ପୂର୍ଣ୍ଣ ଭାବେ ଛୁଇଁ ସାରିଲାଣି । କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛଇଁଥାଏ ।
ହେଲେ ଚଳିତ ବର୍ଷ ମୌସୁମୀ ଋତୁରେ ଓଡିଶାରେ ମିଶ୍ରିତ ବର୍ଷା ଆକଳନ ହୋଇଛି । ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି । ମୋଟ ଉପରେ କିଛି ଅଞ୍ଚଳରେ ଅଧିକ, କିଛି ସ୍ଥାନରେ କମ୍ ବର୍ଷିବ ।