ଆଇରନ୍‌ ବଟିକା ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

0

ଜଗତ୍‌ସିଂହପୁର ଜିଲ୍ଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ସ୍କୁଲରେ ଉପସ୍ଥିତ ଥିବା ୧୧୫ଜଣ ଆଇରନ୍‌ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ କେତେଜଣ ଛାତ୍ରଛାତ୍ରୀ ବାନ୍ତି କରିବା ସହ ମୁଣ୍ଡ ବୁଲାଇ ପେଟ ବ୍ୟଥା ହେଉଥିବା କହିଥିଲେ।

ଏହାର କିଛି ସମୟ ପରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏକ୍ସପାଏରୀ ଆଇରନ୍‌ ବଟିକା ଖାଇଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି।

Leave a comment