ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି

0

ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଫିଟନେସ ଠିକ୍ ନ ଥିବା ଯାନକୁ ସ୍କ୍ରାପ କରାଯିବ। ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରୁ ହଟିବ। କେଉଁ କେଉଁ ଗାଡ଼ି ହଟିବ ସେ ନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ୨୦୨୩ ମାର୍ଚ୍ଚ ସୁଦ୍ଧା ପୁରୁଣା ଗାଡ଼ି ହଟାଇବାକୁ ନିଷ୍ପତ୍ତି ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ସର୍ବାଧିକ ବାଇକ ଓ ସ୍କୁଟର ରହିଛି। ୧୨ ଲକ୍ଷ ୯୯ ହଜାର ୩୫୧ଟି ବାଇକ/ସ୍କୁଟର ସ୍କ୍ରାପିଂ କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Leave a comment

You cannot copy content of this page