ଆଜି ପୁଣି ୭୬ କରୋନା ପଜିଟିଭ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ପୁଣି ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୯୩ରେ ପହଁଚିଛି।
ଏହି ୭୬ଜଣଙ୍କ ମଧ୍ୟରେ ୭୪ଜଣ କ୍ୱାରେଣ୍ଟିନେ ରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡିଛି। ବର୍ତମାନ ୮୫୩ଜଣ ଚିକିତ୍ସାଧୀନ ଥିବାବେଳେ ୭୩୩ଜଣ ଆରୋଗ୍ୟ ଲାଭ କରିଛନ୍ତି।