ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ

0

ରାଜ୍ୟରେ ଆଜି ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୩୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସୁସ୍ଥ ହୋଇଥିବା ୭୨ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ଜଣ, ସୋନପୁରରୁ ୯ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ ୬ଜଣ, କଟକ, କଳାହାଣ୍ଡି ଓ ସୁନ୍ଦରଗଡରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଏବଂ ମୟୁରଭଞ୍ଜରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।


ଏହା ସହ ଖୋର୍ଦ୍ଧା, କନ୍ଧମାଳ ଏବଂ ସମ୍ବଲପୁରରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ସହ ଝାରସୁଗୁଡାରୁ ଜଣେ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Leave a comment