ସିଆରପିଏଫର ୬୮ ଯବାନ କରୋନା ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସିଆରପିଏଫର ୬୮ ଯବାନ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ରକ୍ତ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି।
ସୂଚନାଯୋଗ୍ୟ, ଏହି ଯବାନମାନେ ପୂର୍ବ ଦିଲ୍ଲୀରେ ଥିବା ଏକ ବାଟାଲିୟନ ଶିବିରରେ ଅଛନ୍ତି। ଏହି ଶିବିବରରେ ବର୍ତ୍ତମାନ ସୁଦ୍ଧା ୧୨୨ ଜଣ ଯବାନ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସୁସ୍ଥ ହୋଇଛନ୍ତି।