ପୁଣି ୬୭ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଆଜି ଆଉ ୬୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବାସହ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୮କୁ ବୃଦ୍ଧିପାଇଛି। ଆଜି ଚିହ୍ନଟ ହୋଇଥିବା ୬୭ଜଣଙ୍କ ମଧ୍ୟରୁ ୬୦ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪ଜଣ ହୋମ୍ କ୍ବାରେଣ୍ଟାଇନରେ ଏବଂ ୩ଜଣ ସ୍ଥାନୀୟଲୋକ ଅଛନ୍ତି।
ପୁରୀ ଜିଲ୍ଲାରୁ ସର୍ବାଧିକ ୧୬, ନୟାଗଡ଼ ଜିଲ୍ଲାରୁ ୧୨, ବଲାଙ୍ଗୀର ଓ ଗଞ୍ଜାମ ଜିଲ୍ଲାରୁ ୭ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲାରୁ ୬, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୩, ମାଲକାନଗିରି ଓ କଟକ ଜିଲ୍ଲାରୁ ୨ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।