ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆସିଛି। ଶନିବାର ପୁଣି ଥରେ ୩୦ ଜଣ କରୋନା କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯୬ରେ ପହଂଚିଛି। ଅତିରିକ୍ତ ମୁଖ୍ୟ ଶାସନସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ଆଗାମୀ ଦିନରେ ଆହୁରି ଅନେକ କରୋନା ରୋଗୀ ସୁସ୍ଥ ହେବେ। ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୮୬ ହଜାର ୧୪୦ଟି ନମୁନା ପରୀକ୍ଷା ହୋଇଛି। ଏଥିରୁ ୭୩୭ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି।୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫୩୮ ଜଣ ଚିକିତ୍ସାଧୀନ ଅଛନ୍ତି। ତିନିଜଣ ବ୍ୟକ୍ତି ଜୀବନ ହରାଇଛନ୍ତି।