ଜୀବନରେ ସଫଳତା ହାସଲ କରିବାକୁ ହେଲେ ସକାଳୁ ଉଠି ସ୍ପର୍ଶ କରନ୍ତୁନାହିଁ ଏହି ସବୁ ଜିନିଷ ଏହା ଦ୍ୱାରା ଲକ୍ଷ୍ମୀ ହୋଇ ଥାଆନ୍ତି ଅସନ୍ତୁଷ୍ଟ

0

ସଫଳତାର ପୁଞ୍ଜି କହିଥାଏ ଯେ ଜୀବନର ସଫଳତା ଭଲ ଅଭ୍ୟାସ ଉପରେ ନିର୍ଭର କରିଥାଏ l ଜୀବନରେ ସଫଳତା କେବେବି ଅଚାନକ ମିଳି ନଥାଏ l ଏଥିପାଇଁ ପରିଶ୍ରମ, ସଂଘର୍ଷ ଓ ତ୍ୟାଗ କରିବାକୁ ପଡିଥାଏ l ଯେଉଁ ବ୍ୟକ୍ତି ନିଜ ଲକ୍ଷ ପ୍ରତି ସମର୍ପିତ ରହିଥାଏ ଓ ନୀତିଦିନ ଏଥିପାଇଁ କଠୋର ପରିଶ୍ରମ କରିଥାଏ ତାକୁ ସଫଳତା ଅବଶ୍ୟ ପ୍ରାପ୍ତ ହୋଇଥାଏ l ଏମିତିକା ଲୋକଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ l

ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ସକାଳୁ ଉଠିବା ମାତ୍ରକେ ଛୁଇଁବା ଉଚିତ ନୁହେଁ l ଯେଉଁ ବ୍ୟକ୍ତି ସକାଳୁ ଉଠି ସେହିସବୁ ଜିନିଷକୁ ହାତ ଲଗାଇ ଥାଏ ତା ଜୀବନରେ ସଫଳତା ବାଧା ଦେଇଥାଏ l

* ସକାଳୁ ଉଠିବା ମାତ୍ରକେ କେବେବି ନିଶା ଜିନିଷକୁ ସ୍ପର୍ଶ କରିବା ଉଚିତ ନୁହେଁ l ଯେଉଁ ଲୋକମାନେ ସକାଳୁ ଉଠିବା ମାତ୍ରକେ ଖରାପ ଜିନିଷକୁ ହାତ ଲଗାଇ ଥାଆନ୍ତି ସେମାନେ କଦାପି ଜୀବନରେ ସଫଳତା ଲାଭ କରି ପାରନ୍ତି ନାହିଁ l

* ସକାଳୁ ଉଠିବା ପରେ କେବେବି ତୁରନ୍ତ ଅସନା ଓ ଆବର୍ଜନା କୁ ହାତ ଲଗାଇବା ଠିକ ନୁହେଁ l ତେଣୁ ପ୍ରତିଦିନ ରାତିରୁ ନିଜ ଘରର ଅଳିଆ ଓ ଆବର୍ଜନା ସଫା କରି ଶୋଇଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l

* ବାସୀ ବିଛଣା ତ୍ୟାଗ କରିବା ପରେ କଦାପି ସେହି ବିଛଣାରେ ଶୁଅନ୍ତୁ ନାହିଁ କିମ୍ବା ଗାଧୋଇ ସାରି ବାସୀ ବିଛଣା ଛୁଇଁବା ଉଚିତ ନୁହେଁ l ଏହା ଆପଣଙ୍କ ଐଶ୍ୱର୍ଯ୍ୟ ଓ ଆୟୁ ହାନି କରିଥାଏ l

* କଦାପି ସକାଳୁ ଉଠିବା ମାତ୍ରକେ ନଖ କାଟିବାର କୌଣସି ଜିନିଷକୁ ଛୁଇଁବା ଉଚିତ ନୁହେଁ, ଏହାଦ୍ୱାରା ଧନ ହାନିର ସମ୍ଭାବନା ରହିଥାଏ l

* ସକାଳେ ଗାଧୋଇ ସାରି ତେଲ କେବେବି ଛୁଅନ୍ତୁ ନାହିଁ l ଏହାଦ୍ୱାରା ଅଶୁଭ ଯୋଗ ଘଟି ଥାଏ l

କଣ ଛୁଇଁବା ଉଚିତ ?-

* ସକାଳୁ ଉଠିଲେ ଗୁରୁଜନ ମାନଙ୍କ ପାଦ ପ୍ରତିଦିନ ସ୍ପର୍ଶ କଲେ ଜୀବନରୁ ସମସ୍ତ ସଙ୍କଟ ଦୂର ହୋଇଥାଏ ଓ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l

* ସକାଳେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଧର୍ଯ୍ୟ ବୃଦ୍ଧି ହେବା ସହ ସଫଳତା ପ୍ରାପ୍ତି ହୁଏ l

* ସକାଳୁ ଉଠି ଯେଉଁ ନାରୀମାନେ ସ୍ୱାମୀ ଓ ଘରର ଗୁରୁଜନ ମାନଙ୍କ ପାଦ ସ୍ପର୍ଶ କରନ୍ତି ସେମାନେ ଅହ୍ୟ ସୁଲକ୍ଷଣୀ ହୋଇ ଥାଆନ୍ତି l

* ସକାଳୁ ଉଠି ସର୍ବଦା ଏହି ମନ୍ତ୍ରକୁ ଜପ କରନ୍ତୁ ” କରାଗ୍ରେ ବଶତଃ ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ତୁ ଗୋଵିନ୍ଦଃ, ପ୍ରଭାତେ କର ଦର୍ଶନ “l ଏହି ମନ୍ତ୍ରକୁ ନିୟମିତ ନିଜ ହାତ ପାପୁଲି କୁ ଦେଖି ପାଠ କଲେ ଜୀବନର ସମସ୍ତ କ୍ଳେଶ ଦୂର ହୋଇଥାଏ l

Leave a comment