ସଂସଦର ମୌସୁମୀ ଅଧିବେଶନ ଆରମ୍ଭ : ଲୋକସଭାରେ ହଙ୍ଗାମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୌସୁମୀ ଅଧିବେଶନରେ କରୋନାର ଦ୍ୱିତୀୟ ଲହର, ମୁଦ୍ରାସ୍ଫୀତି ଏବଂ ଚୀନ୍ ସହ ଜଡିତ ବିଷୟ ତଥା ସାମ୍ବାଦିକ ତଥା ନେତାଙ୍କ ଗୁପ୍ତଚରତା ଉପରେ ଆଲୋଚନନା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଦୁଇଟି ନିୟମ ଉପରେ ଜୋରଦାର ଆଲୋଚନା ହେବ ।
ବିଭିନ୍ନ ପ୍ରସଙ୍ଗରେ ଯେଉଁଠାରେ ବିରୋଧୀ ସରକାରଙ୍କ ଉପରେ ମିଳିତ ଆକ୍ରମଣ ଆରମ୍ଭ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥି ସହିତ ବିରୋଧୀଙ୍କ ଆକ୍ରମଣର ଜବାବରେ ସରକାର ମଧ୍ୟ ପ୍ରତିବାଦ ରଣନୀତି ପ୍ରସ୍ତୁତ କରିଛନ୍ତି । ସଂସଦରେ ପ୍ରଥମ ଦିନରେ ହୋହଲ୍ଲା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତୀକ୍ଷ୍ଣ ପ୍ରଶ୍ନ ପଚାରନ୍ତୁ । ଏହାସହ ଉତ୍ତର ଦେବାକୁ ମଧ୍ୟ ସରକାରଙ୍କୁ ସୁଯୋଗ ଦିଅନ୍ତୁ । ସେପଟେ ଗୃହ ଆରମ୍ଭରୁ ଲୋକସଭାରେ ନୂଆ ସାଂସଦମାନେ ଶପଥ ଗ୍ରହଣ କରିଥିଲେ ।
ସେପଟେ ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଚଳିତ ବର୍ଷ ପ୍ରାଣ ହରାଇଥିବା ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ ଫ୍ଲାଇଙ୍ଗ ଶିଖ୍ ମିଲ୍କା ସିଂହଙ୍କ ସମେତ ସାଂସଦ ତଥା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହା ପରେ ପ୍ରବଳ ଉତ୍ତେଜନା କାରଣରୁ ରାଜ୍ୟସଭାକୁ ସ୍ଥଗିତ ରଖାଯାଇଥିଲା ।

Leave a comment