ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ

0

ଘୋଷଣା ହେଲା ସଂସଦର ମୌସୁମୀ ଅଧିବେଶନ ତାରିଖ । ମୌସୁମୀ ଅଧିବେଶନ ୧୮ ଜୁଲାଇରୁ ଆରମ୍ଭ ହେବ ଏବଂ ୧୨ ଅଗଷ୍ଟରେ ଶେଷ ହେବ । ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଅଧିବେଶନକୁ ବିଶେଷ ମହତ୍ୱ ରହିଛି । ସଂସଦର ଏହି ଅଧିବେଶନ ୧୭ ଦିନ ଧରି ଚାଲିବ । କାରଣ ୧୮ ରୁ ୧୨ ଅଗଷ୍ଟ ମଧ୍ୟରେ ୧୭ କାର୍ଯ୍ୟଦିବସ ରହିଛି ।

ଆଶା କରାଯାଉଛି ଅଧିବେଶନରେ ସରକାର ଅନେକ ବିଲ୍ ଉପରେ ପ୍ରସ୍ତାବ ରଖିପାରନ୍ତି ।

ସେପଟେ ଅଧିବେଶନରେ ବିରୋଧୀ ମଧ୍ୟ ଶାସକଙ୍କୁ ଘେରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରାହୁଲ ଏବଂ ସୋନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଅଗ୍ନିପଥ ଯୋଜନା, ମହାରାଷ୍ଟ୍ର ରାଜନୀତିକ ସଙ୍କଟ, ଦରବୃଦ୍ଧି, ବେକାରୀ ଏବଂ ଅନ୍ୟ ସମସ୍ୟାକୁ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

Leave a comment