ମୌସୁମୀ ଅଧିବେଶନ: ୨୯ରେ ସର୍ବଦଳୀୟ ବୈଠକ
ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ୨୯ ତାରିଖରେ ବିଧାନସଭା ନିୟୁ କନଭେନସନ ହଲରେ ବସିବ ସର୍ବଦଳୀୟ ବୈଠକ। ଦିନ ସାଢେ ୧୧ଟାରେ ବୈଠକ ବସିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ମୌସୁମୀ ଅଧିବେଶନ ଅଗଷ୍ଟ ୪ ତାରିଖ ଯାଏଁ ଜାରି ରହିବ । ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ କରିବେ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିବେ ସରକାର । ସେପଟେ ଆସନ୍ତା ୨ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବା ନେଇ ସୂଚନା।