ବିଶ୍ୱର ୨୧ଟି ଦେଶରେ ବ୍ୟାପିସାରିଲାଣି ମଙ୍କିପକ୍ସ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କରୋନାର ଭୟ ସରିନଥିବା ବେଳେ ଏବେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ଏହା ବିଶ୍ୱର ୨୧ଟି ଦେଶରେ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା ୨୨୬ ଜଣ ସଂକ୍ରମିତ ହୋଇସାରିଲେଣି । ଆଫ୍ରିକା, ୟୁରୋପ ଏବଂ ଆମେରିକା ପରେ ଏବେ ଆର୍ଜେଣ୍ଟିନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ଭାରତରେ ଏଯାଏଁ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେବେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଏନେଇ ଆଲର୍ଟ କରିଛି । ସେହିପରି ଶିଶୁଙ୍କ ପ୍ରତି ମଙ୍କିପକ୍ସ ଘାତକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ସେହିପରି ଆର୍ଜେଣ୍ଟିନାରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଉକ୍ତ ବ୍ୟକ୍ତି ଜଣକ ନିକଟରେ ସ୍ପେନରୁ ଫେରିଥିବା ଜଣାପଡିଛି ।