ପୋଲ ତଳେ ପଡିଛି ଲକ୍ଷାଧିକ ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲ୍ଲା ତୁମ୍ବେସିଂହା ପୋଲ ତଳେ ପଡିରହିଛି ଲକ୍ଷାଧିକ ଟଙ୍କା । ଏହି ଟଙ୍କା ଗୁଡିକ ଚିରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ନୋଟ ସବୁ କେବଳ ୫୦୦ ଟଙ୍କିଆ ହୋଇଥିବା ବେଳେ ଅନେକ ନୋଟକୁ ପୋଡା ଯାଇଥିବା ଦେଖାଯାଇଛି ।

ସୂଚନା ଅନୁଯାୟୀ, ତୁମ୍ବେସିଂହା ପୋଲ ତଳେ ଲକ୍ଷାଧିକ ୫୦୦ ଟଙ୍କିଆ ନୋଟ କିଛିଦିନ ହେବ ପଡିରହିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଥାନାରେ ଅଭିଯୋଗ କରାଯିବା ପରେ ସମ୍ବଲପୁର ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟଙ୍କା ଗୁଡିକ ଜବତ କରିବା ସହ କିଏ ଓ କାହିଁକି ଏହି ଟଙ୍କା ଫୋପାଡ଼ିଛି ତାହାର ତଦନ୍ତ କରୁଛି ।

Leave a comment

You cannot copy content of this page