ଟଙ୍କାର ଅଭାବ ହେଉଛି କି! ପାଖରେ ରଖନ୍ତୁ ଏହି ଜିନିଷ

0

ମେଷ : ଏହି ରାଶିର ଜାତକ ଥିବା ବ୍ୟକ୍ତି ନିଜ ପାଖରେ ତମ୍ବାର ସୂର୍ଯ୍ୟ ରଖିବା ଉଚିତ।
ବୃଷ : ବୃଷ ରାଶିର ଜାତକ ନିଜ ପାଖରେ ଧଳା ରଙ୍ଗର ଶଙ୍ଖ ରଖନ୍ତୁ।
ମିଥୁନ : ମିଥୁନ ରାଶିର ଜାତକ ସବୁଜ ରଙ୍ଗର ଗଣେଶଙ୍କର ମୂର୍ତ୍ତି ନିଜ ପାଖରେ ରଖିବା ଉଚିତ।
କର୍କଟ : ଏହି ରାଶିର ବ୍ୟକ୍ତି ଧଳା ରଙ୍ଗର କ୍ରିଷ୍ଟାଲ ବଲ୍‌ ନିଜ ପାଖରେ ରଖନ୍ତୁ।
ସିଂହ : ସିଂହ ରାଶିର ବ୍ୟକ୍ତି ଲାଲ କପଡାରେ ତମ୍ବାର ମୁଦ୍ରା ନିଜ ପାଖରେ ବାନ୍ଧିକି ରଖନ୍ତୁ। ଦେଖିବେ ନିଶ୍ଚିତ ଲାଭ ମିଳିବ।
କନ୍ୟା : କନ୍ୟା ରାଶିର ଜାତକର ବ୍ୟକ୍ତି କଂସା ମୂର୍ତ୍ତି ନିଜ ପାଖରେ ରଖନ୍ତୁ। ଏହା ଶୁଭ ଭଳ ପ୍ରାପ୍ତି କରିବ।
ତୁଳା : ତୁଳା ରାଶିର ବ୍ୟକ୍ତି ଶ୍ରୀଯତ୍ନ ନିଜ ପାଖରେ ରଖନ୍ତୁ।
ବିଛା : ଏହି ରାଶର ଜାତକ ଥିବା ବ୍ୟକ୍ତି ଛୋଟ ନଚେତ ବଡ ତମ୍ବା ଲୋଟା କିମ୍ବା କଳଶକୁ ନିଜ ପାଖରେ ରଖିବା ଉଚିତ।
ଧନୁ : ଧନୁ ରାଶିର ଜାତକ ଥିବା ବ୍ୟକ୍ତି ପିତ୍ତଳ ମୁଦ୍ରା ନିଜ ପାଖରେ ରଖନ୍ତୁ। ଏହି ମୁଦ୍ରାର ସଂଖ୍ୟା ଆପଣ ଗୋଟିଏ ବା ଦୁଇଟି ବି କରିପାରିବେ।
ମକର : ମକର ରାଶିର ବ୍ୟକ୍ତି ନିଜ ପାଖରେ ଘୋଡା ନାଲ ରଖିବା ଶୁଭ ହୋଇଥାଏ।
କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତି ସୁଗନ୍ଧିତ ଧୂପବତୀ କିମ୍ବା କାଠିରେ ପ୍ରସ୍ତୁତ ଅଗରବତୀ ନିଜ ପାଖରେ ରଖିବା ଉଚିତ।
ମୀନ : ମୀନ ରାଶିର ଜାତକ ଥିବା ବ୍ୟକ୍ତି କାଚ ପାତ୍ରରେ ଅଳ୍ପ ଗଙ୍ଗା ଜଳ ଭରି ନିଜ ପାଖରେ ରଖନ୍ତୁ।
ଏହାକୁ କରନ୍ତୁ ପାଳନ
ଏହି ବସ୍ତୁକୁ ନିଜ କାର୍ଯ୍ୟସ୍ଥଳ କିମ୍ବା ପୂଜା ସ୍ଥାନରେ ରଖିବା ଉଚିତ।
ଏହି ବସ୍ତୁର ପ୍ରୟୋଗ ପୂର୍ବରୁ ଏହାକୁ ଗଙ୍ଗାଜଳରେ ଶୁଦ୍ଧ ନିଶ୍ଚୟ କରିନିଅନ୍ତୁ।
ଏହାର ସଫା ସୁତୁରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଯେପରି ଏହା ଉପରେ ଧୂଳି ମଇଳା ନଜମେ।
ଏହି ବସ୍ତୁ ରଖିଥିବା ସ୍ଥାନକୁ ବାରମ୍ବାର ବଦଳାନ୍ତୁ ନାହିଁ।
ଭାଗ୍ୟ ବଢ଼ାଉଥିବା ଏହି ଜିନିଷକୁ ଏକ ରୁ ଦୁଇ ବର୍ଷ ନିଜ ପାଖରେ ରଖନ୍ତୁ, ଏହାପରେ ବଦଳାଇ ଦିଅନ୍ତୁ।

Leave a comment