ବୁଥ ନିକଟରେ ଟଙ୍କା ବାଣ୍ଟି ଛେଚା ଖାଇଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ୮ଟାରୁ ପୌର ନିର୍ବାଚନ ଚାଲିଛି । ଯାହାକି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ନିର୍ବାଚନ ମଧ୍ୟରେ ପାଟଣାଗଡ଼ରେ ୧ ନମ୍ବର ଓ ୨ ନମ୍ବର ଓ୍ବାର୍ଡ ପାଇଁ ଗଡଭିତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମତଦାନ ଆରମ୍ଭ ହୋଇଥିଲା। ଏହି ୨ଟି ଓ୍ବାର୍ଡ ପାଇଁ ୩ ଗୋଟି ବୁଥ କରାଯାଇଛି । ମାତ୍ର ମତଦାନ ଚାଲିଥିବା ସମୟରେ ବୁଥ ନିକଟରେ ବିଜେଡି କର୍ମକର୍ତ୍ତାମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା। ତେବେ ଏସମ୍ପର୍କରେ ନେଇ ବିଜେପି କର୍ମୀ ଜାଣିବା ପରେ ବିଜେଡ଼ି ଏବଂ ବିଜେପି କର୍ମୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ ଠେଲାପେଲା ଆରମ୍ଭ ହୋଇଥିଲା । ପରେ ଏହା ଛେଚା ଛେଚିରେ ପହଞ୍ଚିଥିଲା ।

ସୂଚନା ଅନୁଯାୟୀ, ଏହି ମାଡ଼ପିଟ ସମୟରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ସେଠାରେ ଉପସ୍ଥିତ ଥିବା ନେଇ ଚର୍ଚ୍ଚା ହେଉଛି । ଟଙ୍କା ବାଣ୍ଟୁଥିବା ବ୍ୟକ୍ତି ବିଧାୟକଙ୍କ ପାଖଲୋକ ତଥା ମିଡିଆ ସେଲର ପ୍ରଭାରୀ ପ୍ରଦୀପ ମେହେର ବୋଲି ଜଣାପଡ଼ିଛି।

Leave a comment