କେଉଁ କେଉଁ ଦୁର୍ଗୁଣ ଥିଲେ ମଣିଷ ପାଖରୁ ପଇସା ପଳାଇଯାଏ ?

0

ବନ୍ଧୁଗଣ, ମଣିଷ ପାଖରେ ପଇସା କାହିଁକି ରୁହେନାହିଁ ତଥା କେଉଁ କେଉଁ ଦୁର୍ଗୁଣ ଥିଲେ ମଣିଷ ପାଖରୁ ପଇସା ଦୂରେଇ ଯାଏ ? ପଇସା କୁ ଅନ୍ୟ ଅର୍ଥରେ ଲକ୍ଷ୍ମୀ କୁହାଯାଏ । ଗୁରୁବାରରେ କ’ଣ କ’ଣ ପାଳନ କରିବା ଉଚିତ ତାହା ମନେ ରଖନ୍ତୁ ।

୧; ଗୁରୁବାରେ ଆପଣ ଚାଉଳ, ଖଇ, ଚୂଡା ଭାଯିବେ ନାହିଁ, ଆମିଷ ଭୋଜନ କରିବେ ନାହିଁ, ଲାଉ ରେ ଆମିଷ ମିଶାଇ ଭୋଜନ କରିବେ ନାହିଁ, ତୁଳା ଭିଡିବେ ନାହିଁ, ଏବଂ ଖଟର ଛାଇ ତଳେ ଶୋଇବେ ନାହିଁ ।

୨; ଖାଇଲା ବେଳେ ଭାତ ହାତରୁ ଅନ୍ନ ତଳେ ପଡିଲେ ଧରିତ୍ରି କୋପ କରେ । ନିଜେ ଖାଇଲୁ ଅଇଁଠା ମତେ ଦେଉଛୁ ତୁ ? ମୁଁ ଧରିତ୍ରି ମାତା ତୁ ମତେ ଦଉଛୁ ? ଏହା କହି କୋପ କରିବେ ମା ଭଗବତୀ ।

୩; ମୁହଁ ନ ଧୋଇ ଭୋଜନ ଯଦି କରିବେ, ସଭାରେ ବସି ମିଛ ଯଦି କହିବେ, ନିଦରୁ ଉଠି ମୁହଁ ଯଦି ନ ଧୋଇବେ, ବିନା ଆସନରେ ଭୂମିରେ ବସିବେ, ଅନ୍ଧାର ଘରେ ଭୋଜନ କରିବେ, ପିନ୍ଧା ଲୁଗା କାନି ରେ ବିଞ୍ଚି ହେଉଥିବେ, ଗୋଡ ମୁନରେ ଭୂମି ବିଦାରିତ କରୁଥିବେ, ଗୁରୁଜନ ଙ୍କୁ ଭକ୍ତି ଯଦି ନ କରନ୍ତି, ସ୍ନାନ ପରେ ତୈଳ ଲଗାଉଥିବେ ଦେହରେ, ଏ ସବୁ କଲେ ମନୁଷ୍ୟ ଧନହୀନ ହୋଇଥାଏ । ଅର୍ଥାତ ଯେତେ ଉପାର୍ଜନ କରିଲେ ମଧ୍ୟ ଧନ ରହିବ ନାହିଁ । ଆସିବା ଯେମିତି ଯିବ ସେମିତି । ଏଣୁ ଏହି କାର୍ଯ୍ୟ ମାନଙ୍କ ପ୍ରତି ଆପଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

୪; ଘରେ ଲାଗିଥିବା ପାଣି କଳରୁ କେବେ ମଧ୍ୟ ପାଣି ଲିକ ହେବା ଉଚିତ ନୁହେଁ, କିମ୍ବା ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ପାଣି ବାହାର କରିବା ଅନୁଚିତ । ଏହାଦ୍ଵାରା ଅର୍ଥ ଅଭାବ ଦେଖାଦେଇଥାଏ ।

୫; ରାତିରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନ ରଖିବା ଉଚିତ ନୁହେଁ, ଏହାଦ୍ଵାରା ଅଶୁଭ ହେବା ସହିତ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।
୭; ଘରର ମୁଖ୍ୟଦ୍ଵାର ସମ୍ମୁଖରେ କେବେ ମଧ୍ୟ ଅଳିଆ ଆବର୍ଜନା ଗଦାକରିବା ଉଚିତ ନୁହେଁ, ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହେବା ସହିତ ଧନହାନୀ ହୋଇଥାଏ ।

Leave a comment