କଂଗ୍ରେସର “ନ୍ୟାୟ”କୁ ନେଇ ବର୍ଷିଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଯେଉଁ ଇସ୍ତାହାର ଘୋଷଣା କରିଛି, ତାର ନାଁ ରହିଛି ‘ନ୍ୟାୟ’। ଏଥିରେ କଂଗ୍ରେସ ଦେଶରେ ୨୦ ପ୍ରତିଶତ ଅତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କାର ସହାୟତା ଦେବା ବୋଲି ଘୋଷଣା କରିଛି । କଂଗ୍ରେସ ସରକାରକୁ ଆସିଲେ ଦେଶବାସୀଙ୍କୁ ନ୍ୟାୟ ଦେବ ବୋଲି କହିଛି । ତେବେ କଂଗ୍ରେସର ଏହି ଇସ୍ତାହାରକୁ ନେଇ ଦଳ ଉପରେ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡୁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ମୋଦି କହିଛନ୍ତି, ଦେଶବାସୀଙ୍କ ପ୍ରତି ନ୍ୟାୟ କରିବାକୁ କଂଗ୍ରେସର ଏବେ ମନେ ପଡିଛି । ଦୀର୍ଘ ବର୍ଷ ଶାସନ କାଳ ଦେଶର ଶାସନ ଭାର କଂଗ୍ରେସ ହାତରେ ରହିଥିବାବେଳେ ଦେଶବାସୀଙ୍କ ପ୍ରତି ଅଧିକ କରାଯାଉଥିଲା । କଂଗ୍ରେସ ପୂର୍ବରୁ ଲୋକଙ୍କ ମନୋବଳ ଭାଙ୍ଗି ସାରିଥିବା ବେଳେ ଏବେ ଦେଶର ସେନାଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କରୁଛି । କଂଗ୍ରେସ ସବୁବେଳେ ପରିବାର ବାଦ ରାଜନୀତି କରୁଥିବାରୁ ଦେଶକୁ ତାହାର କୁପରିଣାମ ଭୋଗିବାକୁ ପଡୁଛି ବୋଲି ମୋଦି କହିଥିଲେ ।

Leave a comment