୫ ଦିନରେ ମୋଦିଙ୍କ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଗତ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ପୁଣି ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିଲେ । ଭବାନିପାଟଣାର କ୍ରୀଷ୍ଣା ନଗର ପଡ଼ିଆଠାରେ ବିଜେପି ପକ୍ଷରୁ ମଙ୍ଗଳବାର ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେଇ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ମୋଦି କହିଛନ୍ତି, ଗତ ୧୯ବର୍ଷ ଧରି ଗୋଟିଏ ସରକାର ଓଡ଼ିଶାରେ ଶାସନ କରୁଥିବା ବେଳେ ରାଜ୍ୟର ଉନ୍ନତି ଦିଗରେ ଦୃଷ୍ଟି ଦିଆଯାଇନି । ଏବେ ପରିବର୍ତ୍ତନର ସମୟ ଆସିଛି । ଚଳିତ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଓଡ଼ିଶାବାସୀ ବିଜେପି ଉପରେ ଭରସା କରି ଭୋଟ ଦିଅନ୍ତୁ । ଯଦି ଏଥର ରାଜ୍ୟରେ ବିଜେପି ଆସେ ତେବେ ଗତ ୧୯ବର୍ଷ ମଧ୍ୟରେ ଯାହା ଉନ୍ନତି ହୋଇନି ତାହା ଆସନ୍ତା ୫ବର୍ଷ ମଧ୍ୟରେ ହେବ ବୋଲି ମୋଦି ସଭାବେ ଉଦ୍‌ବୋଧନ ଦେଇଛନ୍ତି । ଗତ ୫ଦିନ ମଧ୍ୟରେ ମୋଦି ଦୁଇ ଥର ଓଡ଼ିଶା ଗସ୍ତ କରିଥିବା ବେଳେ ଆସନ୍ତା ୬ ତାରିଖରେ ପୁଣି ଓଡ଼ିଶା ଗସ୍ତ କରି ସୁନ୍ଦରଗଡ଼ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ବାରମ୍ବାର ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Leave a comment