ମୋଦି ଖେଳିଲେ ସାଧାରଣବର୍ଗ କାର୍ଡ, ସ୍ବାଗତ କଲେ ଲୋକେ, ବିରୋଧୀ କହିଲେ ନିର୍ବାଚନୀ ଚାଲ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆର୍ଥିକ ଦୁର୍ବଳ ଥିବା ସାଧାରଣବର୍ଗର ଲୋକଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ ।  ଚାକିରି ଓ ନାମଲେଖା କ୍ଷେତ୍ରରେ ଏହି ସଂରକ୍ଷଣର ସୁବିଧା ମିଳିବ। ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ସୋମବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ମଙ୍ଗଳବାର ଲୋକସଭା ଶୀତକାଳୀନ ଅଧିବେଶନର ଶେଷ ଦିବସରେ ଏହାକୁ ଆଗତ କରାଯିବ । ଉଚ୍ଚ ଜାତିର ଲୋକଙ୍କ ଆର୍ଥିକ ଆୟକୁ ଦୃଷ୍ଟିରେ ରଖି ଏଭଳି ୧୦% ସଂରକ୍ଷଣ ସୁବିଧା ମିଳିବ । ଯେଉଁ ଉଚ୍ଚ ଜାତିର ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ୍‌ ଥିବ ସେହିମାନେ ଏହାର ସୁବିଧା ପାଇପାରିବେ । ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଉଥିବା ବେଳେ ବିରୋଧୀ ଦଳଗୁଡିକ ଏପରି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରିଛନ୍ତି । ଆଗକୁ ର୍ନିବାଚନ ଥିବାରୁ କେନ୍ଦ୍ର ସରକାର ଏଭଳି ଘୋଷଣା କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଦେଶରେ ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଏହା ସୁପ୍ରିମକୋର୍ଟରେ ଖାରଜ ହେବ । ମୋଦି ସରକାର ଜନସାଧାରଣଙ୍କୁ ଭୂଆଁ ବୁଲାଇବାକୁ ଏଭଳି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।

Leave a comment

You cannot copy content of this page