ପଛରେ ପଡ଼ିଲେ ଟ୍ରମ୍ପ, ଜିଙ୍ଗପିଙ୍ଗ ଓ ପୁଟିନ୍‌ ବିଶ୍ୱର କ୍ଷମତାଶାଳୀ ବ୍ୟକ୍ତିର ଟାଇଟେଲ ଜିତିଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲଓ୍ବା ଦେଖିବାକୁ ମିଳିଛି । ବହୁ ନାମିଦାମୀ ତଥା ପାଓ୍ବାରଫୁଲ ବ୍ୟକ୍ତି ବିଶେଷଙ୍କୁ ପଛରେ ପକାଇ ମୋଦି ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି । ବ୍ରିଟିଶ ହେରାଣ୍ଡ ମାଗାଜିନ୍‌ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ମୋଦିଙ୍କୁ ସର୍ବାଧିକ ଭୋଟ ମିଳିଛି । ଏହାପରେ ଏହି ମାଗାଜିନ୍‌ ଉଲ୍ଲେଖ କରିଛି ଯେ, ମୋଦି ବିଶ୍ୱସ୍ତରର ବହୁ ଲିଡରଙ୍କୁ ପଛରେ ପକାଇ ବିଶ୍ୱର କ୍ଷମତାଶାଳୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି । ବ୍ରିଟିଶ ହେରାଲ୍ଡ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରେ ବିଶ୍ୱର ୨୫ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ଏଥିରେ ମୋଦିଙ୍କୁ ସର୍ବାଧିକ ୩୦.୯ ପ୍ରତିଶତ ଭୋଟ ମିଳିଥିଲା । ପୁଟିନଙ୍କୁ ୨୯.୯ ପ୍ରତିଶତ ଭୋଟ ମିଳିଥିବାବେଳେ ଟ୍ରମ୍ପଙ୍କୁ ୨୧.୯ ପ୍ରତିଶତ, ଜିନପିଙ୍ଗଙ୍କୁ୧୮.୧ ପ୍ରତିଶତ ଭୋଟ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଡିର୍ମି ପୁଟିନ ଏବଂ ଚାଇନା ରଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କୁ ପଛରେ ପକାଇ ମୋଦି ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ହୋଇଛନ୍ତି । ବ୍ରିଟିଶ ହେରାଲ୍ଡ ମାଗାଜିନର ଜୁଲାଇ ମାସ ସଂସ୍କରଣର କଭର୍‌ ପେଜେରେ ମୋଦିଙ୍କ ଫଟୋ ସ୍ଥାନିତ ହେବ । ଏହି ମାଗାଜିନ ଜୁଲାଇ ୧୫ରେ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଉଜ୍ଜ୍ୱଳା ଯୋଜନା, ସ୍ବଚ୍ଛ ଭାରତ ଯୋଜନା ଓ ଆୟୁଷମାନ ଭାରତ ଯୋଜନା ଲାଗୁ କରାଯିବା ପରେ ସାରା ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା । ଏଥିସହ ଦ୍ୱିତୀୟ ଥର ପାଇଁ ସାରା ଦେଶରେ ବିପୁଳ ସମର୍ଥନ ପାଇଁ ସରକାର ଗଢ଼ିବା ପରେ ମୋଦିଙ୍କ ଲୋକପ୍ରିୟତା ଆହୁରି ବଢ଼ିଯାଇଥିଲା ।

Leave a comment