ପାଞ୍ଚ ବର୍ଷ ମଧ୍ୟରେ ମୋଦି ସରକାର ୩.୯୬ ଲକ୍ଷ କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଇଛନ୍ତି, ଜାଣନ୍ତୁ କାରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରର ମୋଦି ସରକାର ଗତ ୫ବର୍ଷ ମଧ୍ୟରେ ସରକାରୀ ରେକର୍ଡରୁ ଲକ୍ଷ ଲକ୍ଷ କମ୍ପାନୀ ହଟାଇ ଦେଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ସୂଚନା ଅନୁଯାୟୀ, ନିୟମ ନମାନିଥିବାରୁ ଅନେକ କମ୍ପାନୀ ବନ୍ଦ ହୋଇଥିଲା । ରାଜ୍ୟସଭାରେ ସରକାର ଏହି ସୂଚନା ଦେଇଛନ୍ତି । ବାସ୍ତବରେ, କମ୍ପାନୀ ଅଧିନିୟମ ଅନୁଯାୟୀ ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରିବା ପରେ ଗତ ପାଞ୍ଚ ଆର୍ଥିକ ବର୍ଷରେ ୩.୯୬ ଲକ୍ଷରୁ ଅଧିକ କମ୍ପାନୀ ସରକାରୀ ରେକର୍ଡରୁ ହଟାଇ ଦିଆଯାଇଥିଲା ।

ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, କମ୍ପାନୀ ଅଧିନିୟମ, ୨୦୧୩କୁ କାର୍ଯ୍ୟକାରୀ କରି ଗତ ଆର୍ଥିକ ବର୍ଷରେ ୧୨,୮୯୨କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଇ ଦେଇଛନ୍ତି । ଯେତେବେଳେ କି ୨୦୧୯-୨୦ ଏହାର ସଂଖ୍ୟା ଥିଲା ୨,୯୩୩ । କର୍ପୋରେଟ ବ୍ୟାପାର ମନ୍ତ୍ରୀ ରାଓ ଇନ୍ଦରଜିତ ସିଂ ରାଜ୍ୟସଭା ଅଧିବେଶନରେ ଏକ ଲିଖିତ ଉତ୍ତରରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

ଏହି ଆକଳନଗୁଡିକ ଦର୍ଶାଉଛି ଯେ ଗତ ପାଞ୍ଚ ଆର୍ଥିକ ବର୍ଷରେ ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀଗୁଡିକରୁ ମୋଟ ୩,୯୬,୫୮୫ କମ୍ପାନୀ ହଟାଯାଇଛି । ୨୦୧୭-୧୮ ବର୍ଷରେ ୨.୨୩,୩୭୧ ଏବଂ ୨୦୧୮-୧୯ ବର୍ଷରେ ୧,୩୮,୪୪୬ ତୁଳନାରେ ୨୦୧୬-୧୭ ବର୍ଷରେ ମୋଟ ୭,୯୪୩ କମ୍ପାନୀ ରେଜିଷ୍ଟରରୁ ହଟାଇ ଦିଆଯାଇଥିଲା ।

Leave a comment