ଓଡ଼ିଶା ଆସୁଛନ୍ତି ମୋଦୀ, ରାହୁଲ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତ ସମ୍ପର୍କରେ ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସିବାର କାର୍ଯକ୍ରମ ରହିଛି । ଏହି ଅବସରରେ ସେ ଖୋର୍ଦ୍ଧାଠାରେ ଆୟଜିତ ଏକ ବିଶାଳ ଜନ ସମାବେଶରେ ଯୋଗଦେବେ ।

ସେହିପରି ଚଳିତ ମାସ ଶେଷ ଆଡ଼କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ସୂଚନା ଦେଇଛନ୍ତି । ଏହି ସମୟରେ ରାହୁଲ ୨ ଦିନ ରହିବାର ଯୋଜନା ଥିବା ବେଳେ ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ କର୍ମୀଙ୍କ ଜୋସ ବଢ଼ାଇବା ପାଇଁ ରାହୁଲ ଉଦବୋଧନ ଦେବେ । ତେବେ କେତେ ତାରିଖରେ ସେ ଓଡିଶା ଆସିବେ ତାହା ଜଣାପଡିନାହିଁ । ରାହୁଲଙ୍କୁ ଏ ନେଇ ପ୍ରସ୍ତାବ ଦିଆଯାଇଛି ଓ ୭ ତାରିଖ ପରେ ତାଙ୍କର ଗସ୍ତ ସମ୍ପର୍କରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ନିରଞ୍ଜନ କହିଛନ୍ତି ।

Leave a comment